ଫଳଶୂନ୍ୟ ଆଲୋଚନା

ଓଡ଼ିଆ ସାହିତ୍ୟ

ଫଳଶୂନ୍ୟ ଆଲୋଚନା
କଥା, ବ୍ୟଥା ଶୁଣି ବହୁଲୋକ ଏଠି ହୁଅଂତି ନିତି ଆହତ ଏବେ ସ୍ଥିର କରୁଁ ମନକୁ ଆମର ରଖିବା କାହା ସହିତ ମତ ଶୁଣିବାର ସୌଜନ୍ୟ ହରାଇ ହୁଏ ଯିଏ ବିଚଳିତ ତା ମନର କ୍ଷତ କଳ୍ପନାପ୍ରସୂତ ହୁଏନାହିଁ ପ୍ରମାଣିତ ତଥାପି ଚାଲିଛି ଯୋଜନାନୁସାରେ ଅଭିଯୋଗ ଦୋଷାରୋପ ଜଣା ପଡ଼େନାହିଁ କିଆଁ କେତେ ଲୋକ ଦେଖାଉଥାଂତି ପ୍ରକୋପ ଶାଂତ ସୁଧୀର ମନୋଭାବ ଘେନି ହେଉନାହିଁ ଆଲୋଚନା ଚାରିଆଡ଼େ ଦେଖୁଁ ବୁଦ୍ଧି ବିବେକର ହେଉଛି ଅବମାନନା ଅନେକ ମତାଂଧ ସ୍ବନାମିତ ଜ୍ଞାନୀ କେହି ଶୁଣଂତିନି ମନା ତେଣୁ ନିରଂତର ଚଳୁଥାଏ ଏଠି ଫଳଶୂନ୍ୟ ଆଲୋଚନା

What's Your Reaction?

like

dislike

love

funny

angry

sad

wow